ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶାଖା ର ୨୫ ବର୍ଷ ପୂର୍ତ୍ତି ଅବସରରେ, ଵଣାଇ ସହର ସ୍ଥିତ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସରକାର ଙ୍କ କୋଭିଡ ନୀୟମ ପାଳନ ପୂର୍ବକ ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି
ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ, ତଥା ବର୍ତ୍ତମାନ ର ରାଉରକେଲା ବିଧାୟକ ଶ୍ରୀ ଶାରଦା ପ୍ରସାଦ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମ କୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ବଣାଇ ଶାଖା ମୁଖ୍ୟ ସଂଯୋଜକ କୁମାରୀ ପ୍ରଭାତୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇ ର ପୂର୍ବତନ ବିଧାୟକ ଶ୍ରୀ ଭୀମସେନ ଚୌଧୁରୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରଣଜିତ୍ କିସାନ, ସୁନ୍ଦରଗଡ଼ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ନିଜ ନିଜ ଅଭିଭାଷଣରେ ବର୍ତ୍ତମାନ ଗଣତନ୍ତ୍ର ରେ ଚତୁର୍ଥ ସ୍ତମ୍ଭ ର ଆବଶ୍ୟକତା, ସମାଜ ରେ ସେମାନଙ୍କ ଅବଦାନ,ଓ ନିରପେକ୍ଷ ସାମ୍ବାଦିକତା ଉପରେ ନିଜ ନିଜ ର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ସମ୍ପାଦକ ବିଭୁତି ଭୁଷଣ କର ସଂଘ ର ବିବରଣୀ ପାଠ କରିଥିଲେ ।ସୁନ୍ଦରଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ କଂ ଅଧ୍ୟକ୍ଷତା ଏବଂ ସଂଘର ମୁଖ୍ୟ ପରାମର୍ଶ ଦାତା ଦିଲିପ ତ୍ରିପାଠୀ କଂ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ, ସଂଘ ର ବରିଷ୍ଠ ସାମ୍ବାଦିକ କୁମାର ଗୈାତମ ବାରିକ୍ ଓ ତପନ କୁମାର ଦଣ୍ଡିଆ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ବଣାଇ ଉପଖଣ୍ଡର ସମସ୍ତ ବୈଦୁତିକ ଓ ମୁଦ୍ରିତ ଗଣମାଧ୍ୟମର ସମସ୍ତ ପ୍ରତିନିଧି ଯୋଗ ଦେଇଥିଲେ ।
