ବୌଦ୍ଧ : ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ବଲାକିରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ବାଇଁକୁ ପିଟି ପିଟି ହତ୍ୟା କଲେ କାକା ଶ୍ବଶୁର ଓ ୨ ଶଳା । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ । ହତ୍ୟାକାରୀ ହେଲେ ପବିତ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ ଓ ବ୍ରହ୍ମା ପ୍ରଧାନ । ଗତକାଲି ବିଳମ୍ବିତ ରାତିରେ ଗୋବର୍ଦ୍ଧନ ବକେୟା ଟଙ୍କା ମାଗିବା ପାଇଁ କକା ଶ୍ବଶୁର ଘରକୁ ଯାଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସେମାନେ ଏକ କାଠ ଫାଳିଆରେ ଗୋବର୍ଦ୍ଧନଙ୍କୁ ପିଟିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର୍ ଅଛନ୍ତି । ବାଉଶୁଣି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
