ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି ମିଶନ ଶକ୍ତି ଗୃହ

କଣ୍ଟାମାଳ : କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଜାମ୍ମୁମାଳ ଗାଁ ମୁଣ୍ଡରେ ତିଆରି ହୋଇଥିବା ମିଶନ ଶକ୍ତି ଗୃହ ବର୍ତ୍ତମାନ ପର୍ୟ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବାରୁ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁସାରେ, ଜାମ୍ମୁମାଳ ଗାଁ ମୁଣ୍ଡରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ୨୦୧୯-୨୦ ଆର୍ଥିକ ବର୍ଷରେ ପାଞ୍ଚ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା । କୌଣସି କାରଣରୁ ଘରଟି ଛାତ ପଡି ପ୍ଳାଷ୍ଟର ନ ହୋଇ ପଡି ରହିଛି । ଆଉ ମଧ୍ୟ ଘରଟି କାମ ନ ହୋଇ ବନ୍ଦ ରହିବାର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ଭିତର କାନ୍ଥକୁ ଭାଙ୍ଗି ଦେଇଛି । ଏ ମିଶନ ଶକ୍ତି ଗୃହଟି ଅତି ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି । ଏ ସଂକ୍ରାନ୍ତରେ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଶୁଭାଶିଷ ରଥଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା ।

Leave a Reply

Your email address will not be published. Required fields are marked *