ଗୋରୁ ଚମଡା ଗାଡି ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ନାଚୁନି ନିକଟରେ ଗୋରୁ ଚମଡା ଗାଡି ଜବତ । ରାସ୍ତାରେ ଯାଉଥିବା ସମୟରେ ଗାଡି ଅଟକାଇଲେ ସ୍ଥାନୀୟ ଯୁବକ । ଗାଡି ଏକ କାରକୁ ସାଇଡ ମାରି ଯିବା ସମୟରେ ଉଭୟ କାରରେ ଥିବା ଯୁବକ ଓ ଟ୍ରକ ଡ୍ରାଇଭର ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ପରେ ଉକ୍ତ ଟ୍ରକରେ ଗୋରୁ ଚମଡା ଚୋରା ଚାଲାଣ ହେଇଥିବାର ସନ୍ଧାନ ମିଳିଥିଲା । ପରେ ନାଚୁଣୀ ପୋଲିସକୁ ସ୍ଥାନୀୟ ଯୁବକ ଖବର ଦେବା ପରେ ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚମଡା ଚୋରା ଚାଲାଣ କରୁଥିବା ଗାଡିକୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *