ଟାଙ୍ଗୀ : ରାସ୍ତା ପାର୍ଶ୍ଵରେ ପଡିଛି ଗଦା ଗଦା ମୃତ ବିଦେଶୀ ପକ୍ଷୀ । ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଏତେ ସଂଖ୍ୟକ ମୃତ ବିଦେଶୀ ପକ୍ଷୀ ଏଠାକୁ କିଭଳି ଆସିଲା ? କିଏ ସେହି ମୂଖ୍ୟ ଖଳନାୟକ ତାହାର ଖୋଳତାଡ କରୁଛି ବନ୍ୟପ୍ରାଣୀ ବିଭାଗ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ବଡପୋଖରୀଆ ଛକ ନିକଟ ରତାମାଟି ଛକରେ ପଡିଛନ୍ତି ଏହି ବିଦେଶୀ ପକ୍ଷୀ ।
