ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଦୋକାନ

ଭଦ୍ରକ : ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଦୋକାନ ଗୃହ । ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡି ପାଉଁଶ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ବଜାର ସ୍ଥିତ ଜଗନ୍ନାଥ ବଜାରରେ ବିଳମ୍ବିତ ରାତିରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ଲାଗି ଲାଗି ହୋଇ ରହିଥିବାରୁ ଗୋଟିଏ ଦୋକାନରୁ ନିଆଁ ଅନ୍ୟ ଦୋକାନକୁ ବ୍ୟାପିଯାଇଥିଲା । ଫଳ ଦୋକାନ, ସାଇକେଲ ଦୋକାନ, ସାର ଦୋକାନ, ପାନ ଦୋକାନ ସହ ଜଳଖିଆ ଦୋକାନରେ ନିଆଁ ଲାଗିଯାଇଥିଲା । ଦୋକାନ ଭିତରେ ଗଛିତ ଥିବା ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିଥିବା ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଛି । ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଦୋକାନୀମାନେ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *