ଆବାସ ଯୋଜନାରେ ନାମ ନଥିବା ଅଭିଯୋଗ କରି ରାସ୍ତା ରୋକ

ପଦମପୁର : ବରଗଡ ଜିଲ୍ଲା ପଦ୍ମପୁର ବଲାଙ୍ଗୀର ରାସ୍ତା ଝାଙ୍କରପାଲିରେ ରାସ୍ତା ରୋକ । ଝାଙ୍କରପାଲି ଏସଇସିସି ତାଲିକା ବା ଆବାସ ଯୋଜନାରେ ନାମ ନଥିବା ଅଭିଯୋଗ କରି ରାସ୍ତା ରୋକ କଲେ ଗ୍ରାମବାସୀ । ଗ୍ରାମବାସୀ ପଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।  ଶତାଧିକ ଗ୍ରାମବାସୀ ରାସ୍ତା ଉପରେ ବସି ରହିଥିଲେ । ସେମାନଙ୍କ କହିବା କଥା ହେଲା ପାଞ୍ଚ ବର୍ଷ ହେଲା ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଖଳିଆପାଲି ପଞ୍ଚାୟତ ଝାଙ୍କରପାଲି ଗ୍ରାମର ଗ୍ରାମବାସୀ  ଏସଇସିସି ତାଲିକାରୁ ବାଦ ପଡିଛନ୍ତି । ଏନେଇ ଅନେକ ଥର ସରପଞ୍ଚଙ୍କଠୁ ନେଇ ବିଡିଓ, ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କିଛି ସମାଧାନ ବାହାରୁ ନାହିଁ । ଫଳରେ ସେମାନେ ଶୁକ୍ରବାର ବାଧ୍ୟ ହୋଇ ପଟଣାଗଡ଼ ରାସ୍ତାକୁ ସକାଳ ୮ ଟାରୁ ଅବରୋଧ କରିଥିଲେ । ଯଦ୍ୱାରା ରାସ୍ତାରେ ଉଭୟ ପାର୍ଶ୍ୱରେ ଶହଶହ ଗାଡି ମଟର ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ଉପଜିଲ୍ଲାପାଳ ପହଁଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Leave a Reply

Your email address will not be published. Required fields are marked *