ଜଳିଗଲା ପ୍ଲାଷ୍ଟିକ୍ ଗୋଦାମ

ଭଦ୍ରକ : ଜଳିଗଲା ପ୍ଲାଷ୍ଟିକ୍ ଗୋଦାମ । ଦୀର୍ଘ ତିନି ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଭଦ୍ରକ ସହରର ପୁରୁଣାବଜାର ଥାନା ଅଧିନସ୍ଥ ହଳଦୀଡିହ ବାଇପାସଠାରେ ଏକ ପ୍ଲାଷ୍ଟିକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତି ସମୟରେ କୌଣସି କାରଣ ବଶତଃ ପ୍ଲାଷ୍ଟିକ ଗୋଦାମରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ପ୍ରଖର ବେଗରେ ମାଡିଯାଇଥିବା ବେଳେ ଦମକଳ ବାହିନୀକୁ ଦୀର୍ଘ ସମୟ ଲାଗିଥିଲା ନିଆଁକୁ ଆୟତ୍ତ କରିବା ପାଇଁ । ତେବେ ନିଆଁ ଆୟତ୍ତ ହେବା ବେଳକୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା । ଦମକଳ ବାହିନୀକୁ ଦୀର୍ଘ ୩ ଘଣ୍ଟା ଲାଗିଥିଲା ନିଆଁକୁ ଆୟତ୍ତ କରିବା ପାଇଁ । ନିଆଁ ଆୟତ୍ତ ହୋଇଥିଲା ସତ କିନ୍ତୁ ଉକ୍ତ ପ୍ଲାଷ୍ଟିକ ଗୋଦାମରେ ସମସ୍ତ ସାମଗ୍ରୀ ପୋଡ଼ି ତରଳି ଯାଇଥିଲା । ଘଟଣାସ୍ଥଳରେ ପୁରୁଣା ବଜାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *