ଗରିବ ଆଦିବାସୀଙ୍କ ବୃହତ୍ତର ସ୍ଵାର୍ଥ ନିମନ୍ତେ ଖଣି ସଂପ୍ରସାରଣ ଜନଶୁଣାଣି ଏକ ପ୍ରହସନ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କୋଇଡା ଅଞ୍ଚଳରେ ରହିଛି ଓଡ଼ିଶାର ୪୦/୫୦ ଟି ଲୌହ ଓ ମାଙ୍ଗାନିଜ ଖଣି,  କିନ୍ତୁ ଖଣି ପରିଚାଳନା ନିମନ୍ତେ ରହିଥିବା ସମ୍ମତି ପତ୍ର ଓ ପରିବେଶ ମଞ୍ଜୁରୀ, ପାରିପାର୍ଶ୍ବିକ ଉନ୍ନୟନ ନାମକୁ ମାତ୍ର । ଖଣି ପ୍ରଭାବିତ ଅଞ୍ଚଳର ହଜାର ହଜାର ଲୋକଙ୍କର ଜୀବନ, ଜୀବିକା, ବର୍ଷ ବର୍ଷ ଧରି ଅବହେଳିତ କୋଇଡାର ନିରିହ ଜନସାଧାରଣ । କେବଳ ଖଣି ସଂପ୍ରସାରଣ ଜନଶୁଣାଣି ସମୟରେ ମନେପଡେ ଜନସାଧାରଣଙ୍କ କଥା । ମିଥ୍ୟା ପ୍ରତିଶୃତି ଦେଇ ଭଣ୍ଡେଇ ଚାଲେ ଖଣି ମାଲିକ, କିନ୍ତୁ ପରବର୍ତ୍ତୀ ସମୟରେ ଏହା ପାଲଟି ଯାଏ ପାଣିରେ ଗାର । ଗତ ୨୧ ତାରିଖ ଦିନ ଓରାଘାଟ ଗ୍ରାମରେ ଥିବା ଏନଇ ଖଣି କମ୍ପାନୀର ୧୫.୦୭୪ ହେକ୍ଟର ଲିଜ ଅଞ୍ଚଳରେ ସ୍କ୍ରିନିଂ ପ୍ଲାଣ୍ଟ ଓ କ୍ରସର ଯୋଗେ ବାର୍ଷିକ ୭ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିବା ନିମନ୍ତେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ବିନୋଦ ବିହାରୀ ଦାସ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ମହାପାତ୍ର, ଵଣାଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ, କୋଇଡା ତହସିଲଦାର, ବଣାଇ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଖଣି ପ୍ରଭାବିତ ଉପେକ୍ଷିତ ଜନତା ଶତ ପ୍ରତିଶତ ବିରୋଧ କରୁଥିଲେ ମଧ୍ୟ ପ୍ରଶାସନ ନିରବ କାହିଁକି । ଜନସାଧାରଣଙ୍କ ସ୍ବରକୁ ଚପାଇ ଦେବାକୁ ସମସ୍ତ ଚେଷ୍ଟା କରାଯାଇ ଖଣି ମାଲିକଙ୍କ ସପକ୍ଷରେ ସରକାରୀ ହିସାବରେ ସଫଳତାର ମତ ଦର୍ଶାଇ ଦିଆଯାଉଛି । ଯଦ୍ବାରା କି ସେଠାକାର ଗରିବ ଜନସାଧାରଣ ନିଯୁକ୍ତି, ପାନୀୟ ଜଳ, ରାସ୍ତା ଘାଟ, ମେଡିକାଲ ସହାୟତା ସଵୁଥିରୁ ବଞ୍ଚିତ ହୋଇ କେବଳ ପ୍ରଦୂଷଣରେ ଧୂଳିଧୂଆଁ ଖାଇବା ସାର ହେଉଛି । ତେଣୁ ଏମିତି ପ୍ରହସନ ଜନିତ ଜନଶୁଣାଣି ନକରି ଜନସାଧାରଣଙ୍କ ସ୍ବାର୍ଥକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *