ଗୋରୁ ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ଗାଁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଲାଇବା ଅଭିଯୋଗ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ଓରାସାହି ପଞ୍ଚାୟତରେ କିଛି ଯୁବକ ମାନଙ୍କର ମାତ୍ରାଧିକ କାର୍ଯ୍ୟ ଦେଖିବାକୁ ମିଳିଛି । ଓରାସାହି ପଞ୍ଚାୟତରେ କିଛି ଯୁବକ ମତୋ ପରମାନ୍ଦପୁର ଗାଁର ଗୋରୁ ବ୍ୟବସାୟୀମାନଙ୍କୁ ମାଡ଼ ମାରିବା ସହ ଗାଁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଲାଇବା ସହ ସେମାନଙ୍କୁ କାନ ଧରି ଉଠବସ୍ କରିଥିବା ଭିଡ଼ିଓ ଭାଇରାଲ ହେବାର ଲାଗିଛି । ପରମାନ୍ଦପୁର ଗାଁର ସାଇଦ୍ ଖାଁ ତାଙ୍କର ଭାଇମାନଙ୍କ ସହ ୭ ଟି ଗୋରୁ କିଣି ବ୍ୟବସାୟ ପାଇଁ ନେଇଥିବା ବେଳେ ଓରାସାହି ଛକରେ ୬ ଜଣ ଯୁବକ ସେମାନଙ୍କଠାରୁ ୧୮ ହଜାର ଟଙ୍କା ଛଡାଇ ନେବା ସହ ଗାଁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ । ଏଥିନେଇ ଗୋରୁ ବ୍ୟବସାୟୀ ସରାଜ ଖାଁ ଚାନ୍ଦବାଲି ଥାନାରେ ଲିଖତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ଉପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ଓରାସାହିରେ ପହଞ୍ଚି ସଂପୃକ୍ତ ଯୁବକମାନଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *