ମହାବୀର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପୁରୀ : ପୁରୀ ମହାବୀର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ପ୍ରତିମୂର୍ତ୍ତିରୁ ତାଡ଼ିନେଲେ ସୁନା ଆଖି, ହାତ, ଗୋଡ଼ର ଖଡୁ, ରୂପା ଟାୟା, ରୂପା ଗଦା ସହ ପୂଜାରେ ବ୍ୟବହୃତ ପିତ୍ତଳ ସାମଗ୍ରୀ । ଲୁଟ୍ ହୋଇଥିବା ସିମଗ୍ରୀର ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି କହିଛନ୍ତି ଗ୍ରାମବାସୀ । ପୁରୀ-ନିରାକାରପୁର ରାସ୍ତାର ନୂଆ ଜଗନ୍ନାଥ ସଡ଼କ ନିକଟ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଳିଶ ଗାଁର ମହାବୀର ମନ୍ଦିରରୁ ଏହି ଚୋରି ହୋଇଛି । ଦାନବାକ୍ସ ମଧ୍ୟ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ସକାଳୁ ପୂଜାରି ମନ୍ଦିର ଖୋଲି ଦେଖିବା ବେଳକୁ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଥିଲା ।

Leave a Reply

Your email address will not be published. Required fields are marked *