ଗୁଡ଼ଭେଳା : ବଲାଙ୍ଗୀର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ୨ ନମ୍ବର ୱାର୍ଡ ଖର୍ଡ଼ାରେ ଭିନ୍ନକ୍ଷମ ଇଷ୍ଟ ବାଗଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଭିନ୍ନକ୍ଷମ ପୁଅ ବଣ୍ଟି । ତାଙ୍କ ଏକଡିସମିଲ ଘର ଡିହ ଛଡା ଜମିବାଡ଼ି କିଛି ନାହିଁ । ଅତ୍ୟନ୍ତ ଗରିବ ଶ୍ରେଣୀ ହୋଇଥିବାରୁ ଏକ ଝାଟି ମାଟି କୁଡିଆ ଘରେ ଚିରା ଜରି ଢାଙ୍କି ରହୁଛନ୍ତି । ବର୍ଷା ହେଲେ ଲୋକଙ୍କ ବାରଣ୍ଡାରେ ଆଶ୍ରୟ ନେଇଥାନ୍ତି। କିନ୍ତୁ ଶୀତ ସମୟରେ ତାଙ୍କ ଦୁଃଖ ଦୁଇଗୁଣ ହୋଇଯାଏ । ଇଷ୍ଟ ବାଗ ଓ ତାଙ୍କ ପୁଅ ଭିନ୍ନକ୍ଷମ ହୋଇଥିବାରୁ ସ୍ତ୍ରୀଙ୍କ ଉପରେ ପରିବାର ବୋଝ । କାନ୍ଦି କାନ୍ଦି ଅନେକ ସମୟରେ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି ତାଙ୍କ ସ୍ତ୍ରୀ । ଘର ପାଇଁ ଅନେକ ଥର ଏନଏସିରେ କାଗଜ ପତ୍ର ଦେଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଘର ପାଇନାହାନ୍ତି । ଏକ ଡିସିମିଲ ଜମିରେ ଘର କରିବା ମୁସ୍କିଲ ସେଥିପାଇଁ ତାଙ୍କୁ ଚାରି ଡିସମିଲ ଜାଗା ସହିତ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ଦେବା ପାଇଁ ଏହି ଭିନ୍ନକ୍ଷମ ପରିବାର ଏନଏସି କତ୍ତୃପକ୍ଷଙ୍କଠାରେ ଗୁହାରି କରିଛନ୍ତି ହେଲେ ତାଙ୍କ ଗୁହାରିକୁ ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ତୁଷୁରା ଏନଏସି ଇଓ ଲକ୍ଷଣ ମୁର୍ମୁଙ୍କୁ ପଚାରିବାରୁ ଇଷ୍ଟ ବାଗ ଘର ପାଇଁ କାଗଜ ପତ୍ର ଡେରିରେ ଦେଇଛନ୍ତି । ସେଥିପାଇଁ ତାଙ୍କୁ ସେକେଣ୍ଡ ଫେଛରେ ଘର ଦିଆଯିବ ବୋଲି କହିଛନ୍ତି । ତୁଷୁରାରେ ସହରାଞ୍ଚଳ ଆବାସ ଘର ବଣ୍ଟନରେ ଅନିୟମିତତା ହେଉଥିବାର ଅନେକ ସମୟରେ ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟ କିଛି ମାସ ଆଗରୁ ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ସେବା ଫର ଡିଜାବୁଲ ସାହାଯ୍ୟରେ ବଲାଙ୍ଗୀର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଇଷ୍ଟ ବାଗ । ପରେ ତୁଷୁରା ତହସିଲଦାର, ବିଡ଼ିଓ, ଏନଏସି ଇଓ ଆସି ପୁଅକୁ ମଧୂବାବୁ ପେନସନରେ ସାମିଲ କରି ଇଷ୍ଟ ବାଗଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଥିଲେ । କିନ୍ତୁ କିଛି ମାତ୍ରାରେ ଇଷ୍ଟ ବାଗଙ୍କ ଦେହ ଭଲ ହୋଇଥିଲେ ମଧ୍ୟ ଟଙ୍କା ଅଭାବରେ ଚିକିତ୍ସିତ ହୋଇ ପାରୁନାହାନ୍ତି । ମେଡିକାଲର ସମସ୍ତ କାଗଜପତ୍ର ଜଣେ ଅଧିକାରୀ ଆସି ମାଗିନେଇ ଯେତେ ବି ଖର୍ଚ୍ଚ ହୋଇଛି ସବୁ ଟଙ୍କା ରେଡକ୍ରସ ତରଫରୁ ଦେବି ବୋଲି କହିଥିଲେ । କିନ୍ତୁ ଆଜି ପର୍ୟ୍ୟନ୍ତ ଟଙ୍କା ମିଳିନାହିଁ । ଏଣୁ ଦିବ୍ୟାଙ୍ଗ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
