ବଲାଙ୍ଗିର : ଚୋରର ଅଜବ କାଣ୍ଡ । ଚୋରି କଲା ଆଉ ଘରେ ନିଆଁ ବି ଲଗାଇଲା । ବଲାଙ୍ଗିର ସହରରେ ଘଟିଛି ଏଭଳି ଘଟଣା । ଚୋରି କରିବାକୁ ଆସିଥିବା ବେଳେ ଘର ମାଲିକ ଆସିଯିବାରୁ ଧରା ପଡ଼ିବା ଭୟରେ ଘରେ ନିଆଁ ଲଗାଇ ଦେଇଥିଲା ଚୋର । ପରେ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଚୋରକୁ କାବୁ କରିଥିଲେ । ଚୋର ଜଣକ ମାଲପଡ଼ାର ମନୋରଞ୍ଜନ ଦାସ । ଏଭଳି କାଣ୍ଡକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା ଜୋର ଧରିଛି ।
