ଟ୍ରେନ୍‌ ଦୁର୍ଘଟଣାରେ ଜଣେ ଗୁରୁତର

ଅନୁଗୁଳ : ଟ୍ରେନ୍‌ ଦୁର୍ଘଟଣାରେ ଜଣେ ଗୁରୁତର । ଅନୁଗୁଳ ଜିଲ୍ଲା ରାଧାକିଶୋରପୁର ଷ୍ଟେସନ୍‌ ନିଟକରେ ଘଟିଛି ଏହି ଦୁର୍ଘଟଣା । ଏବେ ଯାଏଁ ମିଳିନି ପରିଚୟ । ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ରାଧାକିଶୋରପୁର ଷ୍ଟେସନ୍ ନିକଟରେ ଜଣେ ବ୍ୟକ୍ତି ଟ୍ରେନ୍‌ରୁ ପଡି ଗୁରୁତର ହୋଇଛନ୍ତି । ଟ୍ରେନ୍‌ରେ ଚଢୁଥିବା ବେଳେ ସେହି ବ୍ୟକ୍ତିଙ୍କର ଗୋଡ଼ ଖସିଯାଇଥିଲା । ଯାହାଫଳରେ ସେ ଦୁର୍ଘଟଣାର ଶୀକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଯାଏଁ ତାଙ୍କର ପରିଚୟ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *