ଢ଼େଙ୍କାନାଳ : ଏସଟିଏଫ ଟିମ୍ ଢେଙ୍କାନାଳରୁ ବିପୁଳ ମାତ୍ରାରେ ବ୍ରାଉନସୁଗାର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଥିବାର ଖବର ମିଳିଛି । ଢ଼େଙ୍କାନାଳରୁ ୧ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ। ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତା କଡରେ ଡିଲ ବେଳେ ଧରିଥିଲା ଏସଟିଏଫ । ଗିରଫ ୨ ଜଣ ହେଲେ ରାକେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ । ଗତ ଏକ ବର୍ଷ ଭିତରେ ଏସଟିଏଫ ୪୪ କେଜି ବ୍ରାଉନସୁଗାର ଓ ୮୬ କ୍ୱିଣ୍ଟାଲ ୮୧ କେଜି ଗଞ୍ଜେଇ ଜବତ କରିଛି । ଢ଼େଙ୍କାନାଳରୁ ପ୍ରଥମ ଥର ପାଇଁ ଏତେ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସଟିଏଫ ଏସପି ।
