ସମ୍ବଲପୁର : ଗୁଟ୍ଖା ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଘଟଣା । ଗୁଟ୍ଖା ଫ୍ୟାକ୍ଟ୍ରି କେପି ସୁଗନ୍ଧ ଲିମିଟେଡ଼ ନାଁ ମାମଲା ରୁଜୁ । ସମ୍ବଲପୁର ଆଇଁଠାପାଲି ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଏବେ ସୁଦ୍ଧା ଆହତଙ୍କ ସଂଖ୍ୟା ୨୭ ରେ ପହଞ୍ଚିଛି । ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ହଠାତ୍ ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟ୍ଖା କାରଖାନାରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରିଥିଲା । ଶେଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଆହତଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ଯାଏଁ ୨୭ ରେ ପହଞ୍ଚିଲାଣି ମୋଟ ଆହତଙ୍କ ସଂଖ୍ୟା । ସେପଟେ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ନିଆ ଆଡୁ ଗୁଟଖା ଫ୍ୟାକ୍ଟ୍ରି କେପି ସୁଗନ୍ଧ ଲିମିଟେଡ଼ ନାଁ ମାମଲା ରୁଜୁ କରିଛି ।
