ନୂଆପଡା : ଭିଜିଲାନ୍ସ ଜାଲରେ ନୂଆପଡ଼ା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଟ । ତାରାଚରଣ ପଣ୍ଡାଙ୍କୁ ଗିରଫ କରିବା ସହ ଦୁଇ ଲକ୍ଷ ଷୋହଳ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ । ଯୋଗାଣ ବିଭାଗର ଏହି ଜୁନିୟର ଆକାଉଣ୍ଟାଟ ଏକ ବ୍ୟାଗ୍ ରେ ଟଙ୍କା ଭର୍ତି କରି ନିଜ ବାସଭବନକୁ ନବାର ସୂଚନା ପାଇ କଳାହାଣ୍ଡି ଭିଜିଲାନ୍ସ DSP ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ବୋଲି ପଚାରିବାରୁ କୌଣସି ଉତ୍ତର ଦେଇନଥିଲେ ଜୁନିୟର ଆକାଉଣ୍ଟ । ପରେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯଇଥିବା ସୂଚନା ମିଳିଛି ।
