ପଦ୍ମପୁର : ବେଆଇନ ଦାଦନ ଚାଲାଣ ବେଳେ ୩୯ ଜଣ ଦାଦନ ଶ୍ରମିକ ଉଦ୍ଧାର । ଖପ୍ରାଖୋଲ ପୋଲିସର ପାଟ୍ରୋଲିଂ ବେଳେ ଧଣ୍ଡାମୁଣ୍ଡା ରାସ୍ତାରେ ଥିବା ଗୁଣ୍ଡୁରୁପାଲି ବସଷ୍ଟାଣ୍ଡଠାରେ ଦାଦନ ଶ୍ରମିକମାଙ୍କୁ ଉଦ୍ଧାର କରାଯାଇଛି । ପଦ୍ମପୁର ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ମାଧ୍ୟମରେ ତାମିଲନାଡୁର ଏକ ଇଟା ଭାଟିକୁ ପଠାଯାଉଥିବା ଜାଣି ସମସ୍ତଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିବା ଜଣାଯାଇଛି । ଉଦ୍ଧାର ଶ୍ରମିକମାନେ ବରଗଡ ଜିଲ୍ଲା ଜଗଦଳପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏଥିରେ ୧୯ ଜଣ ପୁରୁଷ, ୧୬ ଜଣ ମହିଳା ସମେତ ୩ ଜଣ ଶିଶୁ ରହିଥିବା ଜଣାଯାଇଛି ।
