ଟ୍ରକ ସ୍କୁଟି ମୁହାଁ ମୁହିଁ ଧକ୍କା ୩ ଆରୋହୀ କଂ ଅବସ୍ଥା ଗୁରୁତର

ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ତାରିଣୀ ମନ୍ଦିର ନିକଟରେ ଏକ ୧୦ଚକିଆ ଟ୍ରକ୍ ସହ ସ୍କୁଟି ର ମୁହାଁ ମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି
ଘଟଣା ରୁ ପ୍ରକାଶ ଆଜି ଶନିବାର ଗମଲେଇ ସାପ୍ତାହିକ ହାଟ ଥିବା ରୁ ,ହାଟ ସାରି ଅପରାହ୍ନ ତିନିଟା ସମୟରେ ତିନି ଜଣ ବ୍ୟକ୍ତି ଏକ ସ୍କୁଟି ଯୋଗେ ଘର କୁ ଫେରୁଥିବା ସମୟରେ ସାମ୍ନା ପଟୁ ଏକ ଟ୍ରକ ଆସି ସ୍କୁଟି କୁ ମୁହାଁ ମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଲହୁଣୀପଡ଼ା ଡାକ୍ତରଖାନା ରେ ଭର୍ତି କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆହତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ଗାଡ଼ି ଦୁଇଟି କୁ ଜବତ କରିବା ସହିତ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *