ପାଟଣା : ଜଙ୍ଗଲରେ ଝୁଲୁଛି ଯୁବକଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୂଷା ଖୋରି ପଞ୍ଚାୟତ ଅନ୍ତର୍ଗତ କାଶିଆ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁସାରେ, ଶୁକ୍ରବାର ଜଙ୍ଗଲରେ ଭୋଜି କରି କିଛି ଲୋକ ଫେରୁଥିଲେ । ଏହି ସମୟରେ ସେମାନେ ମୃତଦେହକୁ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ମୃତ ଯୁବକ ହେଲେ ବିଜାନାଳୀ ଗ୍ରାମର ସୁନିଲ ମହାନ୍ତ । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପାରିବାରିକ କଳହରୁ ସୁନୀଲ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛି ।
