ଲୁହାପଥର ବୋଝେଇ ଟ୍ରେନ୍ ଲାଇନ ଚ୍ୟୁତ

ଜୟପୁର : ଲୁହାପଥର ବୋଝେଇ ଟ୍ରେନ୍ ଲାଇନ ଚ୍ୟୁତ । ଶୁକ୍ରବାର ଭୋର ୪ ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଓଡ଼ିଶା-ଛତିଶଗଡ଼ ବର୍ଡର ଧାନସି ନିକଟରେ ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ ହୋଇଛି । ଟ୍ରେନ୍ ର ୫ ଟି ବଗି ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ କିରଣ୍ଡଲଠାରୁ କୋରାପୁଟ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବାତିଲ କରିଛି ରେଳ ବିଭାଗ । କିନ୍ତୁ କୋରାପୁଟଠାରୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ହୋଇପାରିବ ବୋଲି ଜଣାପଡିଛି । ମାଲବାହୀ ଟ୍ରେନଟି କିରଣ୍ଡଲ NMDC ରୁ ଲୁହା ପଥର ଧରି ବିଶାଖାପାଟଣା ଯାଉଥିବା ବେଳେ ଘଟିଛି ଅଘଟଣ । ରେଳ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *