ପର୍ଯ୍ୟଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ୩୦ ରୁ ଅଧିକ ଆହତ

କନ୍ଧମାଳ : କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣା । ପର୍ଯ୍ୟଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ୩୦ ରୁ ଅଧିକ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲାର ଏକ ପିକ୍‌ନିକ ବସ୍‌ ଦାରିଙ୍ଗବାଡ଼ି ଆସିଥିଲା । ବସରେ ୬୦ ଜଣ ପର୍ଯ୍ୟଟକ ଥିଲେ । ଦାରିଙ୍ଗବାଡ଼ିରେ ପିକନିକ୍‌ ସାରି ପୁରୀ ଅଭିମୁଖେ ଯାଉଥିଲେ । ତେବେ କଳିଙ୍ଗା ଘାଟିର ଅନ୍ଧାରୀକୋଟ ନିକଟ ବୁଲାଣି ରାସ୍ତାରେ ବସଟି ଭାରସାମ୍ୟ ହରାଇ ସେଫ୍ଟି ୱାଲରେ ପିଟି ହେବା ସହ ଓଲଟି ପଡିଥିଲା । ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି  ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଜି.ଉଦୟଗିରି, ଟିକାବାଲି ଓ ଭଞ୍ଜନଗର ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କିଛି ଆହତଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଆଉ କିଛି ଆହାତ ଭଞ୍ଜନଗର ମେଡିକଲରେ ଭର୍ତ୍ତି ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *