ଅନୁଗୋଳ : ଅନୁଗୋଳ ମେଡିକାଲ ଛାତରୁ ଡେଇଁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗତମରା ଗାଁର ଚିକୁନ ବିଶ୍ବାଳ । ତାଙ୍କ ବୟସ ୨୧ ବର୍ଷ । ସୂଚନାଯୋଗ୍ୟ ଯେ, ବୁଧବାର ରାତି ପ୍ରାୟ ୧୨ ଟାରେ ଅନୁଗୋଳ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ବିଳମ୍ବିତ ରାତିରେ ତିନି ମହଲା ଝରକାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଛାତରୁ ଡେଇଁଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି ।
