ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କେ, ବଲାଙ୍ଗ ଥାନା ଅନ୍ତର୍ଗତ କଦମଟୋଲା ଗାଁରେ ନିଜ ପରିବାର ସହ ରହୁଥିଲେ ଶୁକନାଥ ସିଂ, ସେ ଦୀର୍ଘ ଦିନ ଧରି ରେଞ୍ଜଡା ରେଲୱେ ସାଇଡ଼ରେ ଶ୍ରମିକ ଭାବେ କାମ କରୁଥିବା ବେଳେ,ଗତ ରବିବାର ଠାରୁ ସେ ନିଖୋଜ ଥିଲେ । ଗତ କାଲି ଓଡ଼ିଶା-ଝାଡଖଣ୍ଡ ସୀମାବର୍ତ୍ତୀ ରାଙ୍ଗୁନ ନାଳ ନିକଟରେ ତାଙ୍କର କ୍ଷତବିକ୍ଷତ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ରବିବାର ରାତିରେ ତାକୁଂ କେହି ଅପରିଚିତ ବ୍ୟକ୍ତି ଘରୁ ଡ଼ାକିନେଇ ଥିବା ବେଳେ, ଏହା ମାଓବାଦୀଙ୍କ କାର୍ଯ୍ୟ ବୋଲି ସେ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଶୁକନାଥକୁ ପୋଲିସ ଇନଫର୍ମର୍ ବୋଲି ମାଓବାଦୀମାନେ ଧମକ ଦେଇଥିବା ଜଣାପଡିଛି ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଏସବୁ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ, ଗତିବିଧି ସକ୍ରିୟ ରହିଥିବା ଅନୁମାନ କରାଯାଉଛି । ପରେ ଗ୍ରାମବାସୀ କଂ ଠାରୁ ଖବର ପାଇ କେ, ବଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
