ମନ୍ଦିର ଜମିକୁ ନେଇ ବିବାଦ, ଜବରଦଖଲକୁ ବିରୋଧ କରି ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ

ଚଣ୍ଡିଖୋଲ : ମନ୍ଦିରକୁ ନେଇ ବିବାଦ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଗାଁର ଗ୍ରାମଦେବତୀ ମା ମାଲ୍ୟାବୁଢି ମନ୍ଦିରକୁ ନେଇ ଦେଖାଦେଇଛି । ମନ୍ଦିର ଜାଗାରେ ଜବରଦଖଲକୁ ବିରୋଧ କରି ଗ୍ରାମବାସୀମାନେ ଦର୍ପଣ ତହସିଲଦାରଙ୍କ ଦ୍ୱାରାସ୍ଥ ହୋଇଛନ୍ତି ।   ଖବର ଅନୁଯାୟୀ, ମା ମାଲ୍ୟାବୁଢିଙ୍କ ମନ୍ଦିର ଆବାହମାନ କାଳରୁ ସ୍ଥାନୀୟ ଅଞ୍ଚଳରେ ଜଣେ ମାର୍ଫଦଦାର ଥିବା ବେଳେ ଏବେ ତାଙ୍କ ପୁଅ ତଥା ପୂଜକ ମନ୍ଦିରର ବିଜେସ୍ଥଳକୁ ଜୋର ଜବରଦଖଲ କରିଛନ୍ତି ଏବଂ ସେଠାରେ ନିଜ ବ୍ୟବସାୟିକ ଉଦ୍ଦେଶ୍ୟରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।  ଏପିରିକି ଠାକୁରାଣୀଙ୍କ ସମସ୍ତ ପୁରୁଣା ଘର ଭାଙ୍ଗି ନୁତନ ଗୃହ ନିର୍ମାଣ କରୁଛନ୍ତି । ଏହି ମନ୍ଦିର ବହୁ ବର୍ଷ ଧରି ସ୍ଥାନୀୟଲୋକଙ୍କ ଭାବାବେଦ ସହିତ ଜଡିତ ରହିଛି । ତେଣୁ ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରିଛନ୍ତି । ଶେଷରେ ଗ୍ରାମବାସୀମାନେ ଦର୍ପଣ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ମନ୍ଦିରରେ ଚାଲିଥିବା ଜବରଦଖଲକୁ ନେଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଘଟଣାରେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବାକୁ ତହସିଲଦାର କହିଛନ୍ତି ।

Leave a Reply

Your email address will not be published. Required fields are marked *