ଦୁଇ ଦିନ ହେବ ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିର ମୃତଦେହ, ଘଟଣା ସ୍ଥଳରେ ପହଞ୍ଚିନି ପୋଲିସ

ସାଲେପୁର : ମହାନଦୀରେ ଭାସୁଛି ମୃତଦେହ ।  ଦୁଇ ଦିନ ହେବ ଜଣେ ଅଜଣା ବ୍ୟକ୍ତିର ମୃତଦେହ କଟକ ଜିଲ୍ଲା କିଶନନଗର କାଳିକାପୁର ମହାନଦୀରେ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକମାନେ ମୃତଦେହ ଭାସୁଥିବାର ଦେଖି ବାଉଁଶ ଦ୍ୱାରା ଅଟକାଇଛନ୍ତି । ଅଟକାଇବା ସହ ସେମାନେ ଏନେଇ କିଶନନଗର ପୋଲିସକୁ ଖବର ଦେଇଛନ୍ତି । ହେଲେ ପୋଲିସ ଘଟଣା ସ୍ଥଳରେ ଦୁଇ ଦିନ ପହଞ୍ଚି ନଥିବା କୁହାଯାଉଛି । ମୃତଦେହ କେଉଁଠୁ ଭାସି ଭାସି ଏଠାକୁ ଆସିଲା ତାହା ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲେ ପ୍ରକୃତ କାରଣ ଜଣାପଡିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Leave a Reply

Your email address will not be published. Required fields are marked *