ରାଉରକେଲା : ସ୍କୁଲ ସମ୍ମୁଖରୁ ମିଳିଲା ବୃଦ୍ଧଙ୍କ ମୃତଦେହ । ରାଉରକେଲା ସେକ୍ଟର ୧୪ ଡିପିଏସ୍ ସ୍କୁଲ ସମ୍ମୁଖରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ସେକ୍ଟର ୯ ଅଞ୍ଚଳର ଅବସରପ୍ରାପ୍ତ RSP ଅଧିକାରୀ ବିକ୍ରମ କର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ପୁଅକୁ ବସଷ୍ଟାଣ୍ଡରେ ଛାଡିବାକୁ ଯାଇ ନିଖୋଜ ହୋଇଯାଇଥିଲେ ଅବସରପ୍ରାପ୍ତ ଆରଏସପି ଅଧିକାରୀ ବିକ୍ରମ କର । ତାଙ୍କ ମୃତଦେହ ଶନିବାର ସେକ୍ଟର ୧୪ ଡିପିଏସ୍ ସ୍କୁଲ ସମ୍ମୁଖରୁ ଉଦ୍ଧାର ହୋଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେକ୍ଟର ୧୫ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
