ଦୁର୍ବୃତ୍ତଙ୍କ ଆକ୍ରମଣରେ ପିଏଚଡି କର୍ମଚାରୀ ଆହତ

ଭଞ୍ଜନଗର : ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ପିଏଚଡି କର୍ମଚାରୀ ଆହତ ହୋଇଛନ୍ତି । ଆହତ ପିଏଚଡି କର୍ମଚାରୀ ହେଉଛନ୍ତି ମାଗୁଣି ପ୍ରଧାନ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ମାଗୁଣୀ ପ୍ରଧାନ ନିମପଦରରୁ ଫେରୁଥିବା ବେଳେ ନିଛାଟିଆ ସ୍ଥାନରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ମାଗୁଣୀଙ୍କଠାରୁ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଶନିବାର ତାଙ୍କୁ ରାସ୍ତା କଡରୁ ଭଞ୍ଜନଗର ମେଡିକାଲକୁ ଆଣି ଚିକିତ୍ସା କରାଯାଉଛି । ସୁସ୍ଥ ହେବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

Leave a Reply

Your email address will not be published. Required fields are marked *