ମୟୁରଭଞ୍ଜ : ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟାପାଳ ଗାଁ ର ଗ୍ରାମବାସୀମାନେ ଦୁଇଟି ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଖୁଣ୍ଟାପାଳ ଶିବ ମନ୍ଦିର ନିକଟରେ ଅଟକାଇ ଥିବାର ଦେଖିବାକୁ ମିଳିଛି । ଟ୍ରାକ୍ଟରକୁ ଅଟକାଇବା ପରେ ଗ୍ରାମବାସୀମାନେ ପୋଲିସକୁ ଜିମାରେ ଦେଇଛନ୍ତି । ଜମ୍ଭୀରା ନଦୀର ଗମ୍ଭାରୀଆ ଗାଁ ନିକଟରୁ ପ୍ରତିଦିନ ଶହ ଶହ ଟ୍ରିପ ବେଆଇନ ଚୋରା ବାଲି ଉଠା ଯାଉଛି । ଫଳରେ ଗାଁ ରାସ୍ତା ଗୁଡିକ ଖରାପ ହେବାରେ ଲାଗିଛି । ବାରମ୍ବାର ପୋଲିସ ପ୍ରଶାସନ ଏବଂ ତହସିଲଦାରଙ୍କୁ ଜଣାଇଲେ ମଧ୍ୟ ବାଲି ମାଫିଆମାନଙ୍କ ସହିତ ପ୍ରଶାସନ ମିଶି ଥିବାରୁ କାର୍ଯ୍ୟାନୁଷ୍ଠାନ କେହି ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
