ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ତହସିଲ ଅଞ୍ଚଳର ଲଡ଼ାମ କେନାପାଲି ବାଲିଘାଟକୁ ଏନଜିଟି ପକ୍ଷରୁ ଶକ୍ତ ଝଟକା ଲାଗିଛି । ଏଠାରେ ଥିବା ବାଲିଘାଟରୁ ବାଲି ଉଠାଣ ନେଇ ୫ ଜଣିଆ ଟିମ୍ ୪ ସପ୍ତାହରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବାଲିଘାଟରୁ ଅତ୍ୟଧିକ ବାଲି ଉଠାଣ, ଭାରିଯାନ ଦ୍ବାରା ବାଲି ନେଇ ଗ୍ରାମ୍ୟ ରାସ୍ତା ଖରାପ କରିବା ନେଇ ଗ୍ରାମବାସୀ ଆନ୍ଦୋଳନ କରିଥିଲେ ସୁଦ୍ଧା କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଏନଜିଟିର ଦ୍ବାରସ୍ଥ ହୋଇଥିଲେ । ଏହି ୫ ଜଣିଆ କମିଟିରେ ଜଙ୍ଗଲ ପରିବେଶ ମନ୍ତ୍ରାଳୟର ବରିଷ୍ଠ ବୈଜ୍ଞାନିକ, ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀ, ଜିଲ୍ଲା ମାଜିଷ୍ଟ୍ରେଟ, ମାଇନିଂ ଅଧିକାରୀ ପ୍ରମୁଖ ଅଛନ୍ତି ।
