ଗୁଡଭେଲା : ଖୋଲା ଡ୍ରେନରେ ଗଳିପଡିଲା ଗାଡି। ମୁକୁଳା ଡ୍ରେନ୍ ବଢାଇଲା ବିପଦ । ଏପରି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍ଏସି ମୁଖ୍ୟ ରାସ୍ତା ଡ୍ରେନରେ । ସୂଚନାନୁସାରେ, ତୁଷୁରା ଏନଏସି ମୁଖ୍ୟ ରାସ୍ତା ଡ୍ରେନରେ ଏକ କାର୍ ଗଳିପଡିଛି । ଡ୍ରେନରେ ଢାଙ୍କୁଣି ନଥିଵାରୁ ଅନେକ ଗାଡି ଦୁର୍ଘଟଣାଗ୍ରସ୍ତ ହେଉଛି । ଡ୍ରେନଟି ମୁଖ୍ୟ ରାସ୍ତା କଡରେ ଥିବା ସହ ରାସ୍ତାଟି ସଂକୀର୍ଣ୍ଣ ହୋଇଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଫଳରେ ଯାତାୟତ କରୁଥିବା ଅନେକ କାର୍ ଓ ବାଇକ୍ ଉକ୍ତ ଖୋଲା ଡ୍ରେନରେ ପଡି ଦୁର୍ଘଟଣାର ଶିକାର ହୋଇଥିବା ନଜିର ରହିଛି । ତେବେ ଯଥା ଶୀଘ୍ର ଉକ୍ତ ଖୋଲା ଡ୍ରେନରେ ଢାଙ୍କୁଣି ବ୍ୟବସ୍ଥା କରିବାକୁ ସର୍ବସାଧାରଣରେ ଦାବି କରାଯାଉଛି ।
