ସାମାନ୍ୟ ବର୍ଷା ଟିକିଏ ହେଲେ ଲାଇନ କାଟ ଅଭିଯୋଗ

ଗୁଡଭେଲା : ସାମାନ୍ୟ ବର୍ଷା ଟିକିଏ ହେଲେ ଲାଇନ କାଟି ଦେଉଥିବାରୁ ବିଦ୍ୟୁତ ଉପଭୋକ୍ତା ମହଲରେ ଅସନ୍ତୋଷ ଦେଖାଦେଇଛି । ଗୁଡ଼ଭେଳା ବ୍ଳକ ୮ ଟି ପଞ୍ଚାୟତର ୫୮ ଟି ଗାଁରେ ଗୁରୁବାର ଅପରାହ୍ନ ୩ ଘଣ୍ଟା ସମୟରେ ବିଦ୍ୟୁତ ବନ୍ଦ ହୋଇ ଯିବାରୁ ଝିପି ଝିପି ବର୍ଷାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । କେବଳ ତୁଷୁରା ଅଞ୍ଚଳକୁ ଛାଡି ତେଳନଦୀରୁ ଗମ୍ଭାରିଗୁଡା ପଞ୍ଚାୟତ ପର୍ୟ୍ୟନ୍ତ ବିଦ୍ୟୁତ ପ୍ରବାହ ବନ୍ଦ ହୋଇଯାଇଥିଲା । ସନ୍ଧ୍ୟା ପ୍ରାୟ ୪ ଟାରୁ ସାମାନ୍ୟ ବର୍ଷାରେ  ୩ ଟା ରୁ ୭.୩୦ ଘଣ୍ଟା ପର୍ୟ୍ୟନ୍ତ ବିଦ୍ୟୁତ କାଟ ହୋଇଥିଲା । ଏହି ସମାନ୍ୟ ବର୍ଷାରେ ତଥା ହୁର୍ ହୁରିଆ ପବନରେ ବିଦ୍ୟୁତ କାଟ ହେଉଥିବାରୁ ଲୋକମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *