ବଞ୍ଚି ଥାଉ ଥାଉ କାଗଜ ପତ୍ରରେ ମୃତ

ମୟୁରଭଞ୍ଜ : ବଞ୍ଚି ଥାଉ ଥାଉ କାଗଜ ପତ୍ରରେ ମୃତ । ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ୯ ଜଣ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିବା ରିର୍ପୋଟରେ ଉଲ୍ଲେଖ ରହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଖୁଣ୍ଟା ତହସିଲ୍ ଅଧିନ ଧନାପନା ଗ୍ରାମରେ । କୋଭିଡ ମୃତ୍ୟୁ ହେରଫେରକୁ ନେଇ ଆସିଛି ଏମିତି ସାଂଘାତିକ ତଥ୍ୟ । ଧନାପନା ଗ୍ରାମର ୯ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି । ତେବେ ରିର୍ପୋଟରେ ଏହି ୯ ଜଣଙ୍କୁ ମୃତ ବୋଲି ଦର୍ଶାଯାଇଛି । ଏଭଳି ଏକ ସାଂଘାତିକ ଘଟଣା ଜଣାପଡିବା ପରେ ସ୍ଥାନୀୟ ବିସିପୁର ରାଜସ୍ୱ ନିରୀକ୍ଷକଙ୍କୁ ତହସିଲଦାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଭଳି ସାଂଘାତିକ ତ୍ରୁଟି ପଛରେ କାହାର ହାତ ଅଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *