କେନ୍ଦୁଝର : ଗୋରୁ ପଲ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣାରେ ଗୋରୁ ନେଇ ଯାଉଥିବା ଜଣେ ମୃତ ଓ ଜଣେ ଗୁରୁତର । ୪ ଗାଈ ମୃତ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଠାକୁରଡିହି ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଗୋରୁ ପଲ ନେଇ ଯାଉଥିବା ଲୋକ ସହ ଗୋରୁଙ୍କ ଉପରେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ଗୋରୁ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ୪ ଗାଈଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
