ସାବର କର ବୀର ନୁହନ୍ତି : ହିନ୍ଦୁ ମହାସଭା ମୁସଲିମ ଲିଗଙ୍କ ଭଳି କିଛି ସଂଗଠନ ବିପଦ ଥିଲେ

ସୋର : ଦେଶକୁ ବିଭାଜନ କରିବାରେ ସାବର କର ଏବଂ ଜିନାଙ୍କ ଭଳି କିଛି ବିଶ୍ବାସ ଘାତକ ଥିଲେ, ଯେଉଁମାନଙ୍କ ଦ୍ବାରା ଦେଶକୁ ଧର୍ମ ନାମରେ ବିଭାଜିତ କରାଯାଇଥିଲା । ଏଇ ଧର୍ମ ନାମରେ ବିଭାଜନର ଏଜେଣ୍ଡା ବା ସ୍ତିରିକ୍ରୁତ ନିସ୍ପତି ଥିଲା ସେଇ ବିଭାଜନକାରି ସଂଗଠନ ମାନଙ୍କର, ଏଥିସହ ସେ ଖୁଲମ ଖୁଲା ହିନ୍ଦୁ ମହାସଭା ଓ ମୁସଲିମ ଲିଗ, ଧର୍ମ ନାମରେ ଦେଶ ବିଭାଜନର ମୁଖ୍ୟ ଭୁମିକା ନେଇଥିବା କହିବା ସହ ବର୍ତ୍ତମାନ ଆର ଏସ ଏସ ସେଭଳି କିଛି ଅପଚେଷ୍ଟା କରୁଥିବା କହିଥିଲେ ପ୍ରଖ୍ୟାତ ସ୍ତମ୍ଭକାର ତଥା ଦିଲ୍ଲୀସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ ।

ଗତ ସୋମବାର ସୋର ମହାବିଦ୍ୟାଳୟ ସ୍ଥିତ ଓମ ସାଇ ମଣ୍ଡପ ଠାରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମାବେଶରେ ଅତିଥି ଭାବେ ଯୋଗଦେଇ କୁମାର ପ୍ରଶାନ୍ତ “ସ୍ବାଧୀନତା ଆନ୍ଦୋଳନରେ ଗାନ୍ଧୀଜୀଙ୍କ ଭୂମିକା ଏବଂ ଭାରତ ବିଭାଜନ’ ଶୀର୍ଷକ ଆଲୋଚନାରେ ଏମିତି କିଛି  ଉପସ୍ଥାପନ କରିଥିଲେ । ଏଥିସହ ସେ କହିଥିଲେ ସାବର କରଙ୍କୁ ବୀରର ଆଖ୍ୟା ଦିଆନଯାଉ, ତାଙ୍କ ଜୀବନ ମଧ୍ୟରେ ସେ କୌଣସି ବୀରତା ଦେଖେଇ ନଥିଲେ । ବରଂ ଜେଲରୁ ମୁକୁଳିବା ପାଇଁ ବାରମ୍ବାର ଇଂଗ୍ରେଜ ସରକାରଙ୍କୁ ଗୁହାରି କରି ଇଂଗ୍ରେଜ ସରକାରଙ୍କ ପ୍ରିୟ ପାତ୍ର ହୋଇଥିଲେ । ପରେ ତାଙ୍କୁ କିଛି ଲୋକ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ବହୁସରଳତାର ସହ ଉପଯୁକ୍ତ ଉତ୍ତର ଦେଇଥିଲେ । ଉକ୍ତ ସଭାରେ ୨୦୦ ରୁ ୩୦୦ ଭଳି ଲୋକ ଉପସ୍ଥିତଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *