ସେନାବାହୀନିର ଜଣେ ଯବାନ ରେଲୱେ ଷ୍ଟେସନରୁ ନିଖୋଜ

କଟକ : କଟକ ରେଳ ଷ୍ଟେସନରୁ ଯବାନ ନିଖୋଜ । ସେନାବାହୀନିର ଜଣେ ଯବାନ ରେଲୱେ ଷ୍ଟେସନରୁ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ସେନା ପକ୍ଷରୁ କଟକ ରେଳବାଇ ପୋଲିସ ଷ୍ଟେସନରେ ଏତଲା  ଦିଆଯାଇଛି । ଯବାନ ଜଣଙ୍କର ନାଁ ‘ଟେନଜିନ୍ ଗଓ୍ବା’ । ସେ କର୍ଣ୍ଣାଟକର ବାସିନ୍ଦା । କଟକରେ ଆୟୋଜିତ ହେଉଥିବା କ୍ୟାମ୍ପରେ ଯୋଗ ଦେବାକୁ ୧୫୦ ଜଣ ଯବାନ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ ଆସିଥିଲେ । ଟ୍ରେନ ଟି ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ତିନିଟା ବେଳେ କଟକରେ ପହଁଚିବା ପରେ ସମସ୍ତ ଯବାନ ଓହ୍ଲାଇ ଥିଲେ । କିନ୍ତୁ ସେମାନଙ୍କ ଗଣତି ସମୟରେ ଟେନଜିନ୍ ସେ ଗ୍ରୁପରେ ନଥିଲେ । ତାଙ୍କ ମୋବାଇଲ ନମ୍ବରରେ ଯୋଗେଯୋଗ ସମ୍ଭବପର ନ ହେବାରୁ ଏନେଇ ରେଳବାଇ ଥାନାରେ ସେନାର ମେଜର୍ ଏକ ମାମଲା ରୁଜୁ କରିଛନ୍ତି ।

Leave a Reply

Your email address will not be published. Required fields are marked *