ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇକୁ କାଟି ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ

ବାଲିଗୁଡା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ ପୁଣି ଅପରେସନ ନୀଳ ଜହର । କ.ନୂଆଗାଁ ଥାନା ଅନ୍ତର୍ଗତ ସାଇନପଡା ପଞ୍ଚାୟତର ଜାରଙ୍ଗା ଗାଁରେ ୪୦ ଏକର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇକୁ ମଙ୍ଗଳବାର ଦିନ ପୋଲିସ ଓ ଅବକାରୀ ବିଭାଗ ମିଳିତ ଅପରେସନ କରି କାଟି ନଷ୍ଟ କରିଛି । ଏହାର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ପ୍ରକାଶ କରିଛନ୍ତି । ମିଳିତ ଅପରେସନ ନୀଳ ଜହରରେ ପୋଲିସ ଅବକାରୀ ବିଭାଗ କର୍ମଚାରୀ ସମେତ ତହସିଲଦାର ଓ ରାଜସ୍ବ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *