ଟାଟା ଏସିଇରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ

ଭଞ୍ଜନଗର : ଟାଟା ଏସିଇରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଘଟଣାରେ ଗାଡ଼ି ଡ୍ରାଇଭରକୁ  ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସୋରଡ଼ା ଥାନା ପୋଲିସ ଦ୍ୱାରା ୯୬ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଖବର ଅନୁଯାୟୀ, ଜାତୀୟ ରାଜପଥ ୫୯ ପାଟପୋଲି ଛକ ନିକଟରେ ପୋଲିସ ପାଟ୍ରେ।ଲିଂ କରୁଥିଲା । ଠିକ୍‌ ଏହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଆସୁଥିବା ଏକ ଟାଟା ଏସିଇ ଗାଡ଼ିକୁ ଅଟକ ରଖି ଯାଞ୍ଚ କରିଥିଲା । ଏହି ଯାଞ୍ଚ ସମୟରେ ଗାଡ଼ି ଭିତରୁ ୯୬ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଘଟଣାରେ ଗାଡି ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ପୋଲିସ l  ଗିରଫ ଡ୍ରାଇଭର ଜଣଙ୍କ ହେଲେ ରମ୍ଭା ଥାନା ଅଞ୍ଚଳର ସଞ୍ଜୟ ନାୟକ l ଜବତ ଗଞ୍ଜେଇ ବାଲିଗୁଡା ଠାରୁ ରମ୍ଭା ଯାଉଥିବା ଏସ୍‌ଡିପିଓ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *