ଦୀର୍ଘ ଦିନ ଧରି ନଳକୂପ ଅଚଳ, ପିଇବା ପାଣି ପାଇଁ ହନ୍ତସନ୍ତ ବସ୍ତି ବାସିନ୍ଦା

ବଣାଇ ସଦର ମହକୁମା ଠାରୁ ମାତ୍ର ୩କିଲୋମିଟର ଦୁରତା ରେ ରହିଛି ଜକୈକଳା ଗ୍ରାମ। ଗ୍ରାମ ର ପାତ୍ର ସାହିରେ ରହିଥିବା ନଳକୂପ ଟି ଦୀର୍ଘ ଦିନ ଧରି ଅଚଳ । ସେଥିପାଇଁ ପିଇବା ପାଣି ନିମନ୍ତେ ହନ୍ତସନ୍ତ ହେଉଛନ୍ତି ୧୦/୧୧/୧୨/ ତିନୋଟି ୱାର୍ଡ ର ଅନ୍ୟୁନ ୫୦ ପରିବାର। ପାଣି ମୁନ୍ଦାଏ ପାଇଁ ଦୂରରେ ଥିବା ନଳକୂପ ରେ ଭରସା କରୁଥିବା ବେଳେ ଗରାଏ ପାଣି ପାଇଁ ଘଣ୍ଟା, ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି, ଫଳରେ ନଳକୂପ ନିକଟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଅଛି, ତେଣୁ ବାଧ୍ୟ ହୋଇ ଲୋକେ ନଦୀ ଜଳ ଉପରେ ଭରସା କରୁଛନ୍ତି । ବସ୍ତି ଠାରୁ ୧କିଲୋମିଟର ଦୂରରେ ଅଛି ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ। ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ କଂ ଠାରୁ ଆରମ୍ଭ କରି, ଵଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଂ ପଯ୍ୟନ୍ତ ଲିଖିତ ଅଭିଯୋଗ କଲାପରେ ମଧ୍ୟ ଦୀର୍ଘ ଦିନ ଧରି ସମସ୍ୟାର ସମାଧାନ ହୋଇପାରୁନାହିଁ ଯଦି ପ୍ରଶାସନ ର ନାକ ତଳେ ଥାଇ ବସ୍ତି ବାସିନ୍ଦା ଏମିତି ଜଳକଷ୍ଟ ପାଉଛନ୍ତି,ତା ହେଲେ ଦୁର୍ଗମ ଅଞ୍ଚଳରେ ଥିବା ଲୋକେ କିପରି ସୁବିଧା ପାଉଥିବେ ଏଥିରୁ ଅନୁମାନ କରାଯାଉଛି ତେଣୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିଦେଇ ସମାଧାନ କରିବା ନିମନ୍ତେ ବସ୍ତି ବାସିନ୍ଦା ଦାବି ଜଣାଇଛନ୍ତି

Leave a Reply

Your email address will not be published. Required fields are marked *