ସମ୍ବଲପୁର : ବୁର୍ଲା ମେଡିକାଲରୁ ୫୦୦ ରୁ ୬୦୦ ମିଟର ଷ୍ଟ୍ରେଚର୍ ବୁହା ହେଲେ ରୋଗି । ମେଡିକାଲ ଷ୍ଟ୍ରେଚର୍ ରେ ସିଧାସଳଖ ଘରୋଇ ପାଥୋ କ୍ଲିନିକ୍ କୁ ରୋଗ ପରିକ୍ଷା ପାଇଁ ଗଲେ । ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବାହାରକୁ ଗଲା ଷ୍ଟ୍ରେଚର୍ ! ବୁର୍ଲା ମେଡିକାଲରେ ରୋଗି ସେବାର ଆଉ ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ ମେଡିକାଲରେ ଷ୍ଟ୍ରେଚର୍ ଅଭାବରୁ କେତେବେଳେ ରୋଗି କାନ୍ଧରେ ବୁହା ହେଉଛନ୍ତି ତ ଆଉ କେତେବେଳେ ଷ୍ଟ୍ରେଚର୍ ମିଳିବାରେ ବିଳମ୍ବ ହେବାରୁ ଗୁରୁତର ରୋଗିମାନେ ମଧ୍ୟ ରୋଗ ପରିକ୍ଷା କରିବାରେ ବି ଦିର୍ଘ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । କିନ୍ତୁ ଜଣେ ରୋଗି ସର୍ଜରି ବିଭାଗରୁ ସହରର ଏକ ଘରୋଇ ପାଥୋ କ୍ଲିନିକ୍ କୁ ରୋଗି ପରିକ୍ଷା ପାଇଁ ପ୍ରାୟ ୫୦୦ ରୁ ୬୦୦ ମିଟର ଦୂର ପର୍ଯ୍ୟନ୍ତ ଷ୍ଟ୍ରେଚର୍ ରେ ବୁହା ହୋଇଯାଇଥିବା ଦେଖିବାକୁ ମିଳିଛି । ସହରର ମୂଖ୍ୟ ରାସ୍ତାରେ ଏତେବାଟ ଅତି ବିପଦ ଜନକ ଭାବରେ ରୋଗିଙ୍କୁ ଷ୍ଟ୍ରେଚର୍ ରେ ଠେଲି ଠେଲି ନେବା ପାଇଁ କିଏ ଅନୁମତି ଦେଲା ଏବଂ ମେଡିକାଲରୁ ଷ୍ଟ୍ରେଚର୍ ରେ ଏତେବାଟ ରୋଗିଙ୍କୁ ନେବା ସମୟରେ ମେଡିକାଲର ସୁରକ୍ଷା କର୍ମୀ ମଧ୍ୟ କାହିଁକି ଚୁପ୍ ରହିଲେ ତାହା ହିଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
