ମାର୍ଗଶିର ମାସ ଗୁରୁବାରରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିରରୁ ଚୋରି

ସୋର : ବାଲେଶ୍ୱର ଜିଲ୍ଲା ବାହାନଗା ପଥରପେଣ୍ଠ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି । ଶ୍ରୀ ଜଗନ୍ନାଥଙ୍କ ସମେତ ତିନି ଠାକୁରଙ୍କ ରୁପା ପଟି, ଲକ୍ଷ୍ମୀ ଠାକୁରାଣୀଙ୍କ  ସମସ୍ତ ଅଳଙ୍କାର ଲୁଟି ନେବା ସହ ଓ ହୁଣ୍ଡି ମଧ୍ୟ ଚୋରି କରିଛନ୍ତି ଦୁର୍ବୃତ୍ତ l ଚୋରମାନେ ମାର୍ଗଶିର ମାସ ଗୁରୁବାରରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡିଲେ ନାହିଁ l ମା’ଙ୍କ  ସୁନା ରୁପା ଗହଣା ଚୋରି କରି ନେଲେ । ଚୋରି କରିନେଇଥିବା ଗହଣାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଆହୁରି ମଧ୍ୟ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିଲା ବୋଲି ସୂଚନା ମିଳିଛି । ମନ୍ଦିରର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି  l ସକାଳେ ପୂଜକ ଲୁଟ୍ ହେବା ନେଇ ପ୍ରଥମେ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *