ଜଙ୍ଗଲ ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କଲେ ଯବାନ

କୋରାପୁଟ : ଓଏସଏପି ଯବାନଙ୍କ ଆତ୍ମହତ୍ୟା । ଜଙ୍ଗଲ ମଧ୍ୟରେ ଗଛରେ ରଶି ଲଗାଇ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । କୋରାପୁଟ ସର୍କିଟ ହାଉସ ନିକଟ ଜଙ୍ଗଲରେ ରଶି ଦେଇ ସେ ଜୀବନ ହାରିଥିବା ଜଣାପଡିଛି ।  ମୃତ ଯବାନ ହେଲେ ସୁନ୍ଦରଗଡର ଦୀପକ ଡୁଙ୍ଗଡୁଙ୍ଗ । ଗତ ବୁଧବାର ଠାରୁ ସେ ନିଖୋଜ ଥିଲେ । ଗୁରୁବାର ଜଙ୍ଗଲରେ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସୂଚନାପାଇବା ପରେ ଘଟଣାସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ପହଞ୍ଚିଥିଲା । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *