ବିଧାନସଭାରେ ବାଚସ୍ପତିଙ୍କ କକ୍ଷ ଆଗରେ ବାଚସ୍ପତିଙ୍କୁ ଘେରିଲେ ବିରୋଧୀ

: ବିଧାନସଭାରେ ମମିତା ତାତି । ଗୃହ ବାହାରେ ପ୍ରବେଶ ପଥରେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ । ମନ୍ତ୍ରୀ ମଣ୍ଡଳରୁ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ଦାବି କରିଛି କଂଗ୍ରେସ । ବିଧାନସଭା ପ୍ରବେଶ ପଥରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଜଗିଥିଲା କଂଗ୍ରେସ । ସେପଟେ କ୍ୟାପଟେନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ଦେଇଥିବାରୁ ବାଚସ୍ପତିଙ୍କୁ ଘେରିଲେ ବିରୋଧୀ । ବିଧାନସଭାରେ ବାଚସ୍ପତିଙ୍କ କକ୍ଷ ଆଗରେ ବାଚସ୍ପତିଙ୍କୁ ଘେରିଲେ ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କାହିଁକି ଗୃହକୁ ଅନୁମତି ଦେଲେ ତା’ର ପ୍ରତିବାଦ । ବାଚସ୍ପତି ବିଧାନସଭା ଭିତରେ ବସିବାକୁ ଅନୁମତି ଦେବାରୁ ତାତିଲେ ବିରୋଧୀ । ମନ୍ତ୍ରୀ ଦିବ୍ୟଶଙ୍କର ପ୍ରବେଶ କରିଥିବାରୁ ଗୃହ ଅପବିତ୍ର ହେଲା । ମନ୍ତ୍ରୀଙ୍କ ପାଇଁ ଗୃହର ଗାରିମା ନଷ୍ଟ ହୋଇଛି କହିଲେ ବିରୋଧୀ । ବାଚସ୍ପତିଙ୍କ କକ୍ଷ ଆଗରେ ବସି ରହିଥିଲେ ବିରୋଧୀ । ଏହା ପୂର୍ବରୁ ବିଧାନସଭା ବାହାରେ ମନ୍ତ୍ରୀଙ୍କୁ ଗୃହରେ ପ୍ରବେଶ କରାଇ ଦିଆଯିବ ନାହିଁ ନାରା ଦେଇଥିଲେ ଦଳର ବିଧାୟକ। ମନ୍ତ୍ରୀ ଗୃହକୁ ଗଲେ ଗୃହ ଅପବିତ୍ର ହେବ କହିଲେ ବିଧାୟକ ସଂନ୍ତୋଷ ସିଂ ସାଲୁଜା । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପୁରାଇ ନ ଦେବା ଦାବିରେ ବିଧାନସଭା ଦ୍ୱାରରେ କଂଗ୍ରେସ ବିଧାୟକଙ୍କ ଧାରଣା । ହାତରେ ପ୍ଲାକାର୍ଡ ଧରି ଧାରଣା । ଗୃହକୁ ମନ୍ତ୍ରୀ ପ୍ରବେଶ କଲେ ପବିତ୍ର ଗୃହ ଅପବିତ୍ର ହେବ ବୋଲି ଅଭିଯୋଗ କରି କଂଗ୍ରେସ ବିଧାୟକ ଦେଲେ ଧାରଣା । ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା , ଅଧିରାଜ ପାଣିଗ୍ରାହୀ ତଥା ଅନ୍ୟ ବିଧାୟକ ଗେଟ ମୁହଁରେ ମନ୍ତ୍ରୀଙ୍କୁ ଜଗିଥିଲେ ।

Leave a Reply

Your email address will not be published. Required fields are marked *