ଯାଜପୁର : ୭ ବର୍ଷ ଧରି ବଧୂକୁ ନିର୍ଯାତନା ଅଭିଯୋଗ । ଘଟଣା ଘଟିଛି ଆନନ୍ଦପୁର ଥାନା ଯାଜପୁର ଜିଲ୍ଲା ଜଙ୍ଘାର ଗାଁରେ । ଆବୁଲୁପୁରା ଗାଁର ଯଶୋଦା ସାତ ବର୍ଷ ତଳେ ଜଙ୍ଘାର ଗାଁର ଜଗନ୍ନାଥ ଘଡେଇଙ୍କୁ ବିବାହ କରିଥିଲେ । ବିବାହ ପରଠୁ ଜଗନ୍ନାଥ ବିଭିନ୍ନ ସମୟରେ ଯଶୋଦାଙ୍କୁ ମାରପିଟ୍ ସହ ନିର୍ଯାତନା ଦେଇ ଆସୁଥିଲେ। ଯଶୋଦାଙ୍କୁ ଜଗନ୍ନାଥ ଅତ୍ୟଧିକ ମାରପିଟ୍ କରିବାରୁ ସେ ଘର ଛାଡ଼ି ପଳାଇ ଆସିଛନ୍ତି । ସୁରକ୍ଷା ଏବଂ ନ୍ୟାୟ ପାଇଁ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି ଯଶୋଦା ।
