ତଳେ ବସି ପାଠ ପଢିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଗ୍ରାମୀଣ ବିକାଶ ବିଭାଗର ଛାତ୍ରଛାତ୍ରୀମାନେ ଆଜି ତଳେ ବସି ପାଠ ପଢ଼ିଛନ୍ତି । ଏଥିରେ ଗ୍ରାମୀଣ ବିକାଶରେ ସ୍ନାତକୋତ୍ତର ପଢ଼ୁଥିବା ତାନ୍‌ଜାନିଆର ଛାତ୍ର ସଷ୍ଟେନିସ୍‌ ସିଲାଓ ମଧ୍ୟ ରହିଛନ୍ତି । ଐତିହ୍ୟ ସଂପନ୍ନ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୂର୍ବରୁ ଏନେଇ ଛାତ୍ରଛାତ୍ରୀମାନେ ବିଭାଗୀୟ ମୁଖ୍ୟ ଏବଂ କୁଳପତିଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ଛାତ୍ରଛାତ୍ରୀମାନେ ତଳେ ବସି ପାଠ ପଢ଼ିଥିଲେ । ଛାତ୍ରଛାତ୍ରୀଙ୍କ ଦାବି ଯଦି ପୂରଣ କରାନଯାଏ ତେବେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଫଟୋ ଭାଇରାଲକୁ ନେଇ ଵିଶ୍ବଵିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି “ଫଟୋ ପଛର ସତ୍ୟତା ଅନୁସନ୍ଧାନ କରାଯିବ” । ଭିତ୍ତିଭୂମି ଅଭାବ ଥିବା କଥା ସ୍ବୀକାର କରିଛନ୍ତି ରେଜିଷ୍ଟ୍ରାର । ଫଟୋ ଭାଇରାଲ ପରେ କ୍ଲାସ ଵନ୍ଦ କରିଦିଆଯାଇଛି । ଆରଡି ଡିପାର୍ଟମେଣ୍ଟ ପାଇଁ ଭଲ ଭିତ୍ତିଭୂମି ଵ୍ୟଵସ୍ଥା କରାଯାଉଥିବା କହିଛନ୍ତି ରେଜିଷ୍ଟ୍ରାର । ସମନ୍ୱୟ ଅଭାଵରୁ ଏପରି ଘଟିଥିବା କହିଛନ୍ତି ରେଜିଷ୍ଟ୍ରାର ।

Leave a Reply

Your email address will not be published. Required fields are marked *