ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ଅଣ୍ଡରାହାଲ ପଞ୍ଚାୟତ ଗୋଇଗୁଡା ଗ୍ରାମରେ ଜଣେ ମହିଳା ଅସୁସ୍ଥ ହେବାରୁ ତାଙ୍କୁ ବଣ୍ଡାଘାଟିର ଦୀର୍ଘ 14 କିମି ଭାରରେ ବୋହି ଆଣିଥିଲେ ପରିବାର ଲୋକେ।ଖଇରପୁଟ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି। ମହିଳାଙ୍କ ନାମ ଶୁକ୍ରୀ ଚାଲାଣ। ଗୋଇଗୁଡା ଗ୍ରାମର ଶୁକ୍ରୀ ର ହଠାତ ଦେହ ଅସୁସ୍ଥ ହେବାରୁ ପ୍ରଥମେ ମୁଦୁଲିପଡା ପ୍ରାଥମିକ ଚିକିତ୍ସା କରାଯାଇଥିଲା ସେଠାରେ ତାଙ୍କ ଦେହ ଆହୁରି ବିଗିଡିବାରେ ଲାଗିଲା ଡାକ୍ତର ତାଙ୍କୁ ଖଇରପୁଟ ନେବାପାଇଁ ପରାମର୍ଶ ଦେଇଥିଲେ।କିନ୍ତୁ ମୁଦୁଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନ ଥିବାରୁ ପରିବାର ଲୋକେ ଶୁକ୍ରୀ କୁ ଏକ ଭାର ଯୋଗେ ଆଣିଥିଲେ। ପୂର୍ବରୁ ବଣ୍ଡା ଘାଟି ପାଇଁ ଏକ ଆମ୍ବୁଲାନ୍ସ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ନାହିଁ ଯେଉଁଥି ପାଇଁ ଆଜି ବଣ୍ଡା ଘାଟିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
