ଅଲୋଡ଼ା ହେଲେ ଶିଶୁ କନ୍ୟା, ଅଳିଆ ଗଦାରେ ଫିଙ୍ଗିଦେଲା ମା’

ବଲାଙ୍ଗୀର : ପୁଣି ଅଲୋଡା ହେଲା ଶିଶୁ ।  ନବଜାତ ଶିଶୁ କନ୍ୟାକୁ ରାସ୍ତା କଡ ଅଳିଆ ଗଦାରେ ଫିଙ୍ଗିଦେଲା ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ଗୁରୁବାର ରାତି ୧୨ ଟା ସମୟରେ ସୁଦପଡା ଫାଟକ ଓଭରବ୍ରିଜ କଡରେ ଗୋଟିଏ ପେଟି ଭିତରେ ନବଜାତ ଶିଶୁଟିଏ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ଏନେଇ ପୋଲିସକୁ ଫୋନ୍ କରି ଜଣାଇଥିଲେ । ପରେ ଶିଶୁଟି ଜୀବିତ ନା ମୃତ ତାହା ଜାଣି ନଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ କିଛି ସ୍ବେଚ୍ଛାସେବୀ ସଂଗଠନର ଯୁବକ ଆଣିଥିଲେ । ଦୀର୍ଘ ସମୟ ଧରି ଶିଶୁଟିର ଯାଞ୍ଚ କରାଯାଇଥିଲା । ହେଲେ ଶିଶୁଟିର ମୃତ୍ୟୁ ହୋଇସାରିଥିଲା । ଏନେଇ ପୋଲିସକୁ ଡାକି ମୃତ ନବଜାତ ଶିଶୁକୁ ହସ୍ତାନ୍ତର କରିଛନ୍ତି ଡାକ୍ତର । ସେପଟେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନର ଢିଲା ମନୋଭାବ ଯୋଗୁଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ବେଚ୍ଛାସେବୀ । ତେବେ କେହି ଶିଶୁ ଜନ୍ମ ହେବା ପରେ ଜାଣିଶୁଣି ଏଠାରେ ଫିଙ୍ଗି ଦେଇଥିବା ଜଣାପଡୁଛି ।

Leave a Reply

Your email address will not be published. Required fields are marked *