ମୟୂରଭଞ୍ଜ : ରାଜସ୍ୱ ନିରୀକ୍ଷକଙ୍କ ବାଇକ ଓ ସ୍କୁଟିକୁ ନିଆଁ ଲଗାଇ ପୋଡିଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ଜାମୁକେଶର ଆରଆଇ କାର୍ଯ୍ୟାଳୟରେ । ରାଜ୍ୟସ୍ୱ ନିରୀକ୍ଷକ ଶିବାଣୀ ପ୍ରସାଦ ଟୁଡୁଙ୍କର ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟିକୁ ଦୁର୍ବୁତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି । ଗାଡି ଗୁଡିକରେ ନିଆଁ ଲାଗିଥିବା ଦେଖି ସଙ୍ଗେ ସଙ୍ଗେ ଯଶିପୁର ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ ଶିବାଣୀ । ଅଗ୍ନିଶମ କର୍ମଚାରୀ ଆସିବା ଭିତରେ ଗାଡି ଜଳି ଯାଇଥିଲା । ଏନେଇ ଆଜି ସନ୍ଧ୍ୟାରେ ଯଶିପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
