ଚୋରା ବାଲି ଚାଲାଣ ରୋକିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ତହସିଲଦାର

ବାଲେଶ୍ୱର :  ଚୋରା ବାଲି ଚାଲାଣ ରୋକିବାକୁ ଯାଇ ବାଲି ବୋଝେଇ ଟ୍ରାକ୍ଟ ଦ୍ୱାରା ଦୁର୍ଘଟଣାର ଶିକାର ହେଲେ ତହସିଲଦାର । ଅଳ୍ପକେ ବର୍ତ୍ତିଲେ ତହସିଲଦାରଙ୍କ ସମେତ ଅନ୍ୟ 4 କର୍ମଚାରୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶିଖରପୁର ଅଞ୍ଚଳରେ ବେଆଇନ ଭାବେ ଗଚ୍ଛିତ ବାଲିକୁ ରାତିରେ ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଥିଲେ । ଆଜି ସକାଳୁ ତହସିଲଦାର ରେଡ୍ ପାଇଁ ଯାଇଥିଲେ । ସୁବର୍ଣ୍ଣରେଖା ନଦୀର ଶିଖରପୁର ପୋଲ ନିକଟରେ  ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ବାଲି ବୋଝେଇ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ନ ଅଟକାଇ ଚଳନ୍ତା ଗାଡ଼ିକୁ ଛାଡ଼ି ଚମ୍ପଟ ମାରିଥିଲା । ବାଲି ବୋଝେଇ ଟ୍ରାକ୍ଟରଟି ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ।

Leave a Reply

Your email address will not be published. Required fields are marked *