ଧାନମଣ୍ଡି ଉଦଘାଟନ କଲେ କୃଷିମନ୍ତ୍ରୀ ।

ପୁରୀ-ପିପିଲି : ପିପିଲି ବ୍ଲକରେ ତେଇଶିପୁର ପଞ୍ଚାୟତର ଚାଷୀମାନଙ୍କ ଧାନକିଣା ଯିବା ପାଇଁ ଧାନମଣ୍ଡି ଖୋଲାଯାଇଛି। ଧାନମଣ୍ଡିକୁ ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ପୁରୀ ଜିଲ୍ଲାପାଳ ଜ୍ଯୋତିପ୍ରକାଶ ଦାସ ଉପସ୍ଥିତ ରହିଥିଲେ। ଏହି ସେବା ସମବାୟ ସମିତିରେ ୧୯୫ ଜଣ ପଞ୍ଜୀକୃତ ଚାଷୀ ଥିବା ବେଳେ ନୂତନ ଭାବେ ନାମ ପଞିକୃତ କରିବାକୁ ଅନଲାଇନ ଆବେଦନ କରିପାରିବେ ବୋଲି ବିଭାଗୀୟ ଅଧିକାର ସୁଚନା ଦେଇଛନ୍ତି । ଆତ୍ମା ଅଧ୍ଯକ୍ଷ ପିପିଲି ଧରଣୀଧର ସାହୁ ସଭା ପରିଚାଳନା କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ତୁଷାର କାନ୍ତ ଦେଓ, ସମବାୟ ବ୍ଯାଙ୍କ ସମ୍ପାଦକ ବିଧୁ ଭୁଷଣ ଦାସ, ସମବାୟ ବ୍ଯାଙ୍କ ଉପନିବଦ୍ଧକ ପୁରୀ ରୋଜାଲିନ ସେନାପତି, ସମବାୟ ନିର୍ଦ୍ଦେଶକ ବୈରାଗି ଜେନା, ସାସଂଦ ପ୍ରତିନିଧୀ ପ୍ରଫୁଲ୍ଲ କୁମାର ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ବାଇଁ ଓ ଜିଲ୍ଲାପରିଷଦ ରାଧାମଣି ପ୍ରଧାନ ଓ କିଶୋର ଛୋଟରାୟ, ସମବାୟ ଆଇନଜୀବୀ ଶ୍ରୀଧର ପ୍ରଧାନ, ସରପଂଚ ନରେନ୍ଦ୍ର ଦାଶ ଓ ବ୍ଲକ ସମ୍ପ୍ରସାରଣ ସମବାୟ ବିଭାଗ ଅଧିକାରୀ ସୁରେନ୍ଦ୍ର ଦାଶ ଓ ତେଇଶିପୁର ସେବା ସମବାୟ ସମିତି ସଂମ୍ପାଦକ ପ୍ରଫୁଲ୍ଲ ପଣ୍ଡା ପ୍ରମୂଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *